ପୁଣି ଥରେ ବିଶ୍ୱର ନମ୍ୱର ୱାନ୍ ଧନୀ ହେଲେ ଏଲନ୍ ମସ୍କ, ପଛରେ ପଡିଲେ ଏମାନେ...
ଭୁବନେଶ୍ୱର: ପୁଣି ଥରେ ବିଶ୍ୱର ନମ୍ୱର ୱାନ୍ ଧନୀ ହେଲେ ଏଲନ୍ ମସ୍କ । ସ୍ପେଶଏକ୍ସ ଓ ଟ୍ୱିଟର କମ୍ପାନୀର ମାଲିକ ଏଲନ ମସ୍କ ପୁଣି ଥରେ ବିଶ୍ୱର ନମ୍ବର ୱାନ୍ ଧନୀ ମୁକୁଟ ପିନ୍ଧିଛନ୍ତି ।
ସେ ଏହି ରେସରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି । ୧୯୨ ଅରବ ଡଲାର ମୂଲ୍ୟର ସମ୍ପତ୍ତି ସହ ମସ୍କ ଅବରପତି ଲିଷ୍ଟରେ ୧ନଂ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ଅପରପକ୍ଷେ, ବର୍ନାର୍ଡ ଆର୍ନାଲ୍ଟ ଏବେ ୧୮୭ ଡଲାର ସମ୍ପତ୍ତି ସହ ଦୁଇ ନଂ ସ୍ଥାନକୁ ଖସି ଆସିଛନ୍ତି ।

ବ୍ଲୁମବର୍ଗ ବିଲିଓନାୟରର୍ସ ଇଣ୍ଡେକ୍ସର ତଥ୍ୟ ମୁତାବକ, ମାତ୍ର ୨୪ ଘଣ୍ଟାରେ ଏଲନ ମସ୍କଙ୍କ ନେଟ୍ ଓର୍ଥ ୧.୯୮ ଆରବ ଡଲାର ବଢିଥିବା ବେଳେ ଫ୍ରାନ୍ସ ବିଜନେସମ୍ୟାନ୍ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ନେଟ୍ ୫.୩୫ ଆରବ ଡଲାର ହ୍ରାସ ପାଇଥିଲା । ଏହାସହ ଏଲନ୍ ମସ୍କ ବିଶ୍ୱର ନମ୍ବର ୱାନ୍ ଧନୀ ବ୍ୟକ୍ତି ହୋଇଥିବାବେଳେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ସେହିପରି ୧୪୪ ଡଲାର ସମ୍ପତ୍ତି ସହ ଧନୀ ତାଲିକାର ତୃତୀୟ ସ୍ଥାନରେ ଆମାଜନର ଜେଫ ବେଜୋସ ସହ ରହିଛନ୍ତି । ଚତୁର୍ଥ ସ୍ଥାନରେ ୧୨୫ ଡଲାର ସହ ମାଇକ୍ରୋସଫ୍ଟ ମାଲିକ ବିଲ୍ ଗେଟସ୍ ରହିଛନ୍ତି। ପଞ୍ଚମ ସ୍ଥାନରେ ୧୧୮ ଡଲାର ନେଟୱର୍ଥ ସହ ଲେରି ଏଲିସନଙ୍କ ନାମ ରହିଛି। ଏହି ତାଲିକାରେ କେହି ଭାରତୀୟ ନ ଥିବା ଜଣାଯାଇଛି।
ଗତବର୍ଷ ଡିସେମ୍ବରରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟ ଶୀର୍ଷ ସ୍ଥାନରେ ରହିଥିଲେ । ଏବେ ଏଲନ ମସ୍କ ତାଙ୍କ ରେକର୍ଡକୁ କାଟିଛନ୍ତି ।












Click it and Unblock the Notifications