ଏଲନ୍ ମସ୍କଙ୍କ ନୂଆ ନିୟମ, ଏଣିକି ବିନା ଲଗଇନରେ ଖୋଲିବନି ଟ୍ବିଟର
ମୁମ୍ଵାଇ: ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଆସିଲା ଆଉ ଏକ ନୂଆ ନିୟମ । ଟ୍ୱିଟର ମାଲିକ ଏଲନ୍ ମସ୍କ ଏହି ନୂଆ ନିୟମ ଆଣିଛନ୍ତି । ବର୍ତ୍ତମାନଠାରୁ ଯଦି କେହି ଟ୍ୱିଟ୍ ଦେଖିବାକୁ ଚାହାଁନ୍ତି। ତେବେ ତାଙ୍କୁ ପ୍ରଥମେ ଟ୍ୱିଟରରେ ଲଗ୍ଇନ୍ କରିବାକୁ ପଡିବ। ଟ୍ୱିଟରର ୱେବ୍ ଭର୍ସନ ଅଧୀନରେ, ୟୁଜର୍ସମାନେ ଆଉ ଲଗ୍ଇନ୍ ବିନା ଟ୍ୱିଟ୍ ଦେଖିପାରିବେ ନାହିଁ ।

ସେହିପରି ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀ ଦିନକୁ ୧ ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ । ପୂର୍ବରୁ ଭେରିଫାଏଡ୍ ଆକାଉଣ୍ଟ ଦିନକୁ ୬ ହଜାର, ଅନଭେରିଫାଏଡ୍ ଆକାଉଣ୍ଟଧାରୀ ୬୦୦ ଓ ନୂଆ ଆକାଉଣ୍ଟଧାରୀ ସର୍ବାଦିକ ୩୦୦ଟି ପୋଷ୍ଟ ପମି ପାରିବେ ବୋଲି ଟ୍ୱିଟ୍ କରିଥିଲେ ମସ୍କ ।
ଟ୍ୱିଟର ମାଲିକ ଏଲନ୍ ମସ୍କ କହିଛନ୍ତି ଯେ ଟ୍ୱିଟରର ସେବା ମାଧ୍ୟମରେ ଆମର ତଥ୍ୟ ଲୁଟ୍ ହେଉଛି । ଏହା ଏତେ ଶୋଷଣ କରାଯାଉଥିଲା ଯେ ଏହା ଆମର ସାଧାରଣ ୟୁଜର୍ସଙ୍କ ପାଇଁ ଏକ ଅପମାନଜନକ ସେବା । ବିଶେଷ ଭାବରେ, ତାଙ୍କର ରେଫରେନ୍ସ OpenEye ଏବଂ ChatGPT ପରି ପ୍ଲାଟଫର୍ମ ଗୁଡିକ ଉପରେ ଥିଲା । ଯାହା ଉପରେ ସେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।
ଗତକାଲି ଟ୍ୱିଟର ନିୟମରେ ଏହି ପରିବର୍ତ୍ତନ ହୋଇଛି ଅର୍ଥାତ୍ ଶୁକ୍ରବାର ଠାରୁ, ଟ୍ୱିଟରରେ କାର୍ଯ୍ୟକଳାପ ଦେଖିବା ପାଇଁ ଲଗଇନ୍ ନକରି ୟୁଜର୍ସଙ୍କ ପାଇଁ ଲଗଇନ୍ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ଟ୍ୱିଟର ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ ପାଇଁ ତୃତୀୟ ପକ୍ଷ ଆପ୍ ଏବଂ ଅନୁସନ୍ଧାନକାରୀଙ୍କୁ ଚାର୍ଜ କରିବା ଆରମ୍ଭ କରିଛି ।












Click it and Unblock the Notifications