Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ବରରେ ଏଲିଭେଟେଡ୍‌ ରୋଡ୍‌ କରିଡର ଟେଣ୍ଡର୍‌ ବାତିଲ୍‌; ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବରରେ ଏଲିଭେଟେଡ୍‌ ରୋଡ୍‌ କରିଡର ଟେଣ୍ଡର୍‌ ବାତିଲ୍‌ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବ୍‌ ଶୀଘ୍ର ସାନି ଟେଣ୍ଡର, ମେଟ୍ରୋ ପାଇଁ କିଛି ଷ୍ଟ୍ରକ୍‌ଚର ବଦଳିବ' । ମାତ୍ର ଡିଜାଇନ୍‌ ସେଇଆ ରହିବ, ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି ।

ପୁରୁଣା ଷ୍ଟ୍ରକ୍‌ଚରରେ ବ୍ୟୟ ୧୮ ଶହ କୋଟି, ନୂଆରେ ୨୭ ଶହ କୋଟି' । ତେଣୁ ଏଲିଭେଟେଡ୍‌ କରିଡର କାମ ଟିକେ ବିଳମ୍ବ ହେବ ବୋଲି କହିଲେ ପୃଥ୍ବୀରାଜ ।

Prithviraj Harichandan

ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ ନେଇ ଡିଆଇଜି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସମସ୍ତଙ୍କୁ ଖୋଜି ବାହାର କରାଯାଇ ଓଡ଼ିଶାରୁ ତଡ଼ାଯିବ।

ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତସିଂହପୁର, ପୁରୀ, ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ଼ ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+