ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା, ଆତଙ୍କିତ ଲୋକ
Sundargarh News: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ। ବଡ଼ପୋଷକ ଅଞ୍ଚଳରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି ହାତୀ । ୨ ଦିନ ହେଲାଣି ଆତଙ୍କିତ ଅଛନ୍ତି ଲୋକେ ସେପଟେ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।
ସୂଚନା ଅନୁସାରେ, ବଣାଇ ସହରରେ ପଶି ରାତିରେ ଏକ ହାତୀ ତଳିତା, ବାଞ୍ଜିକୁସୁମ, ବଡ଼ପୋଷ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛି । ହାତୀଟି ଗୋଠଛଡା ହୋଇ ପଳାଇ ଆସିଥିବା ନେଇ ସୂଚନା ।

ହାତୀଟି ଆକ୍ରମଣକାରି ହୋଇଥିବାରୁ ବନ ବିଭାଗ ମାଇକ ଯୋଗେ ଲଗାତାର ଲୋକଙ୍କୁ ସତର୍କ କରାଉଛି ଏବଂ ବନ ବିଭାଗ ହାତୀ ଉପରେ ନଜର ରଖିବା ସହ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଅଞ୍ଚଳବାସୀ କ୍ଷକ୍ଷତିପୂରଣ ଦାବି କରିଛନ୍ତି ।












Click it and Unblock the Notifications