ଶିମିଳିପାଳ ଜଙ୍ଗଲରେ ହାତୀର ମୃତଦେହ ଠାବ
ଶିମିଳିପାଳ: ଶିମିଳିପାଳ ଜଙ୍ଗଲରେ ହାତୀର ମୃତଦେହ ଠାବ । ଅଭୟାରଣ୍ୟର କବାଟଘାଇ ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।
ପ୍ରାଥମିକ ତଦନ୍ତରୁ ଆନ୍ଥାକ୍ସ ରୋଗରେ ହାତୀର ମୃତ୍ୟୁ ହୋଇଥିବା ନେଇ ସଂନ୍ଦେହ କରାଯାଉଛି । ବନ ବିଭାଗ ତଦନ୍ତ ଆରମ୍ଭ କରି କରିବା ସହ ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇଛି । ତେବେ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ ।

ସୂଚନଥାଉ ଯେ, ନଭେମ୍ବର ୨୨ ତାରିଖରେ ମଧ୍ୟ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ମୃତହାତୀର ଦାନ୍ତ କେହି କାଟି ନେଇଥିବା ସନ୍ଦେହ କରାଯାଇଥିଲା । ତେବେ ମୃତ ଦନ୍ତାହାତୀର ବୟସ ୨୦ରୁ ୨୨ ବର୍ଷ ଥିଲା । ଅନ୍ୟପକ୍ଷରେ ଶିମିଳିପାଳ ଏବଂ ପାଦଦେଶ ଗୁଡିକରେ ପୋଲିସ ଓ ବନବିଭାଗ ବାରମ୍ବାର ଚଢାଉ କରିବା ସତ୍ତ୍ୱେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଛି ।












Click it and Unblock the Notifications