ମହାନଦୀରେ ଫସିଛି ହାତୀ, ହଠାତ୍ ବଢିଗଲା ଜଳସ୍ତର
କଟକ: ନଦୀ ପାରି ହେଉଥିବା ବେଳେ ଫସିଗଲା ହାତୀ । ବାଙ୍କୀ ନିକଟରେ ମହାନଦୀ ପାରି ହେଉଥିବା ବେଳେ ହାତୀଟି ଟାପୁରେ ଫସି ଯାଇଛି । ନଦୀରେ ହଠାତ ଜଳସ୍ତର ବୃଦ୍ଧି ହେବାରୁ ହାତୀଟି ଫସି ଯାଇଛି ।

ତେବେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି । ହାତୀର ଗତିବିଧି ଉପରେ ନଜର ରଖିଛି । ନଦୀ କୂଳରେ ଗହଳି ନଜମାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ଅପିଲ୍ କରିଛି ।
କୁହାଯାଉଛି କି, ଶୁକ୍ରବାର ରାତିରେ ବାଙ୍କୀ ଓ ଆପଖାପ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ତେଣୁ ହାତୀଟି ନଦୀ ପାର ହୋଇ ନପାରି ପାଣିରେ ଫସି ଯାଇଥିବା ଅନୁମାନ କରାଯାଉଛି ।












Click it and Unblock the Notifications