ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ,ଶୋଇଥିବା ବେଳେ....
କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଦୋମାଳିରେ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚାଷଜମିରେ ଘର କରି ରହିଥିବା ଦୋରାସାର୍ଲି ଗାଁର ମାଗାନା ମାଝୀ (୬୩) ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ (୬୦)ଙ୍କୁ ଏକ ଜଙ୍ଗଲୀ ହାତୀ ପାଦରେ ଦଳି ଦେଇଛି।

ମୁଗାନା ମାଝୀ ଓ ଗାଦ ମାଝୀ ରାତିରେ ଘରେ ଶୋଇଥିବା ବେଳେ ଏକ ହାତୀ ହଠାତ୍ ଘର ପାଖରେ ପହଞ୍ଚି ଗର୍ଜନ କରିଥିଲା। ହାତୀଟି ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ଘରେ ଥିବା କିଛି ସଦସ୍ୟ ଦୌଡ଼ି ପଳାଇ ଯାଇଥିଲେ। ହେଲେ ବୃଦ୍ଧ ଦମ୍ପତି ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଉଭୟଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏଣେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। ତେଣେ କ୍ଷତିପୂରଣ ଦାବି କରିଛନ୍ତି ପରିବାରଲୋକ।












Click it and Unblock the Notifications