Get Updates
Get notified of breaking news, exclusive insights, and must-see stories!

ଘର ଭାଙ୍ଗି ୮ ବର୍ଷର ନାବାଳିକାକୁ ଦଳିଦେଲା ହାତୀ

ସୋର:ସିଙ୍ଗୁଖୁଣ୍ଟା ଚିତ୍ରାଶୁଳ ଗାଁରେ ହାତୀ ଆତଙ୍କ । ଘର ଭାଙ୍ଗି ନାବାଳିକାକୁ ଦଳି ଦେଲା ହାତୀ । ବିଳମ୍ବିତ ରାତିରେ ଗାଁରେ ପଶିଥିଲେ ୮ ଟିକିଆ ହାତୀପଲ । ବାଡ଼ିରେ ହାତୀ ଦେଖି ଲୋକେ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ଘଉଡାଇବା ବେଳେ ହାତୀ ଘର ଭାଙ୍ଗି ନାବାଳିକାକୁ ଦଳି ଦେଇଥିଲା ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳା ଗାଁର ନିଶିକାନ୍ତ ଦେହୁରୀଙ୍କ ବାଡ଼ିରେ ପ୍ରାୟ ୮ ରୁ ୯ଟି ହାତୀ ପଶି ଗଛ ପତ୍ର ନଷ୍ଟ କରୁଥିବା ବେଳେ ଲୋକେ ଉଠି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ହାତୀ ଘର ଭାଙ୍ଗି ୮ ବର୍ଷ ଝିଅ ପରି ଦେହୁରୀ ଶୋଇଥିବା ଘର ଭାଙ୍ଗି ପସିଆସିଥିଲା ।

ଅନ୍ଧାରରେ ହାତୀଟି କୁନି ଝିଅର ମୁଣ୍ତକୁ ଦଳି ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ପରି ଦେହୁରୀଙ୍କୁ ମୃତ ଘୋଷଣା କରିଥିଲେ ।

elephant attack

ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ୮ ବର୍ଷ ନାବାଳିକାର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+