ଝାରସୁଗୁଡ଼ା ସହରରେ ବୁଲିଲେ ହାତୀପଲ, ଆତଙ୍କିତ ଲୋକେ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ବୁଲିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ମୁଙ୍ଗାପଡ଼ା,ସରବାହାଲ ଏବଂ ବୃନ୍ଦାମାଲରେ ଏହି ହାତୀପଲକୁ ଦେଖିବା ପାଇଁ ମିଳିଥିଲା । ସେପଟେ ସହର ଭିତରେ ହାତୀ ପଲକୁ ବୁଲିବା ଦେଖି ଭୟଭୀତ ଲୋକେ। ଖବର ପାଇ ବନ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇଥିଲେ ।
ସହର ଭିତରକୁ ପସିଆସିଥିବା ହାତୀ ପଲରେ ୧୨ଟି ହାତୀ ଥିବା ନେଇ ସୂଚନା ରହିଛି । ସହର ଭିତରେ ହାତୀଙ୍କୁ ଦେଖି ଆତଙ୍କିତ ଲୋକେ । ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ପୋଲିସ ହାତୀଙ୍କୁ ଘଉଡାଇଥିଲେ । ହାତୀଙ୍କ ପଲ ନିକଟ ଜଙ୍ଗଲକୁ ପଳାଇଯାଇଥିବା ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବନଖଣ୍ତ ରେଞ୍ଜର ରମେଶ ଚନ୍ଦ୍ର ନାଥ ।
ସୂଚନା ଅନୁସାରେ, ହାତୀ ପଲ ଗତକାଲି ରାତିରେ ଡମରା ଷ୍ଟେସନ ଦେଇ ଝାରସୁଗୁଡ଼ା ଟାଉନ ଭିତରକୁ ପଶି ଆସିଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ପଲ ବୁର୍ଖାମୁଣ୍ତାର ଗାଁ ଜଙ୍ଗଲକୁ ପଳାଇଯାଇଥିବା ନେଇ ଖବର ରହିଛି । ତେବେ ଖାଦ୍ୟ ସନ୍ଧାନରେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ନେଇ ସନ୍ଦେହ କରାଯାଉଛି ।












Click it and Unblock the Notifications