ରାଜଧାନୀରେ ବୁଲିଲା ଦନ୍ତା ହାତୀ:ଲୋକେ ଆତଙ୍କ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଦନ୍ତା ହାତୀ । ବିଳମ୍ବିତ ରାତିରେ ସାଲିଆ ସାହିରେ ଦେଖିବା ପାଇଁ ମିଳିଥିଲା ଦନ୍ତା ଆତଙ୍କ । ନାକେଦମ ହେଲା ବନ ଭିବାଗ ଓ ପୋଲିସ ।
ଭୁବନେଶ୍ୱର ସାଲିଆ ସାହିରେ ପଶିଆସିଥିଲା ହାତୀ । ଖବର ପାଇ ବନ ବିଭାଗ ହାତୀକୁ ଘୋଉଡାଇବାକୁ ଉଦ୍ୟମ କରିଖିଲା । ବନ ବିଭାଗ ସହ ୨ଟି ପିସିଆର୍ ଭ୍ୟାନ୍ ମଧ୍ୟ ହାତୀକୁ ସହରରୁ ବାହାରୁ ନେବା ପାଇଁ ଉଦ୍ୟମ କରିଥିଲା ।

ମୈତ୍ରି ବିହାର ଥାନା ଅନ୍ତର୍ଗତ ରାସ୍ତାରେ ଦନ୍ତା ହାତୀ ବୁଲୁଥିବାର ଦେଖିବା ପରେ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲା । ହାତୀକୁ ଟ୍ରାଙ୍କୁଲାଇଜ କରି ସହର ବାହାରକୁ ନେବା ପାଇଁ ନାକେଦମ ହୋଇଥିଲା ବନ ଭିବାଗ ଓ ପୋଲିସ । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲିଆ ସାହି ଅଞ୍ଚଳରେ ଦେଖିବା ପାଇଁ ମିଳିଥିଲା ଦନ୍ତା ହାତୀ ଆତଙ୍କ । ଭୟବିତ ହୋଇପଡିଥିଲେ ସ୍ଥାନୀୟ ଲୋକେ ।












Click it and Unblock the Notifications