ଆଖି ବୁଜିଲା ଦନ୍ତା ‘ରାମୁ’, ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ

ଆଖି ବୁଜିଲା ଦନ୍ତା ରାମୁ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଓ ଚର୍ଚ୍ଚିତ ଦନ୍ତା ହାତୀ ରାମୁର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ହାତୀ ଭାବେ ଜଣାଶୁଣା ଥିଲା ରାମୁ ।

Elephant Ramu

ତେବେ ହାତୀ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତ ଦନ୍ତା ରାମୁର ବ୍ୟବଚ୍ଛେଦ ଚାଲିଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ।

ଗତକାଲି ମଧ୍ୟ ରାଜ୍ୟରେ ଦୁଇଟି ହାତୀଙ୍କ ଜୀବନ ଯାଇଥିଲା। ନାକଟିଦେଉଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ବଣାଇରେ ଟ୍ରେନ ଲାଇନରେ କଟି ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଦିନକୁ ଦିନ ରାଜ୍ୟରେ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ହାତୀଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ବଢ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+