ହାତୀ ଖେଳୁଛି କ୍ରିକେଟ୍-ଫୁଟବଲ୍, ଭାଇରାଲ ଭିଡିଓ ଜିଣୁଛି ଲୋକଙ୍କ ମନ

Viral Video

Viral Video: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହାତୀର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମହାଲକ୍ଷ୍ମୀ ନାମକ ଏକ ୩୩ ବର୍ଷୀୟ ହାତୀ ଲୋକଙ୍କ ସହ ଫୁଟବଲ ଖେଳୁଥିବାର ନଜର ଆସୁଛି ।

କର୍ଣ୍ଣାଟକର ମାଙ୍ଗାଲୁରୁର କେଟେଲ ଦୁର୍ଗାପାରାମେଶ୍ୱରୀ ମନ୍ଦିରରେ ପିଲାମାନଙ୍କ ସହ ହାତୀଟି ଫୁଟବଲ ଖେଳୁଥିବାର ଏହି ଭିଡିଓକୁ ଲୋକେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ୱାରା ଏହି ଭିଡିଓ ପୋଷ୍ଟ କରାଯାଇଛି ।

ଭିଡିଓରେ ହାତୀଟି ପିଲାମାନଙ୍କ ସହିତ ଖେଳିବା ସମୟରେ ନିଜ ଷୁଣ୍ଢରେ ବେଶ ସାବଧାନ ସହ ପିଲାମାନଙ୍କୁ ଉଠାଉଥିବା ଦେଖିବା ପାଇଁ ମିଳୁଛି । ଏହା ସହ ଏହି ହାତୀଟି ମନ୍ଦିରର ଘଣ୍ଟି ମଧ୍ୟ ବଜାଉଛି । ଏହି ରୋମାଞ୍ଚକ ଭିଡିଓ ସୋସିଆଲ ମିଡିଆରେ ଭେସ୍ ଭାଇରାଲ ହେବ ସହ ୟୁଜର୍ସଙ୍କର ମନ ମଧ୍ୟ ଜିଣୁଛି ।

ଏହି ଭିଡିଓ ଭାଇରାଲ ହେବା ସହ କର୍ଣ୍ଣାଟକର ଏହି ହାତୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ସୂଚନା ଅନୁସାରେ, ହାତୀକୁ ଆଠ ମାସ ଧରି ତାଲିମ ଦିଆଯାଇଛି । ମନ୍ଦିରକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଏହି ହାତୀଟି ଖୁବ୍ ଆକ୍ଟିଭ୍ ରହିଥାଏ । ସେ ପିଲାମାନଙ୍କ ସହିତ ଉଭୟ ଫୁଟବଲ ଏବଂ କ୍ରିକେଟ୍ ଖେଳିଥାଏ । ହାତୀକୁ ଦେଖିବା ପାଇଁ ଏଠି ପ୍ରତ୍ୟେକ ଦିନ ଲୋକଙ୍କର ଭିଡ ଜମିଥାଏ । ଏହି ଭାଇରାଲ ଭିଡିଓରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । କେତେକ ଲୋକ ଏହାର ପ୍ରଶଂସା କରୁଥିବା ବେଳେ କିଛି ସମାଲୋଚନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+