ଚନ୍ଦକାରେ ଆଖି ବୁଜିଲା ‘ନନ୍ଦ’

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ଘଟିଛି। ଏନେଇ ଚନ୍ଦକା ଏସିଏଫ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ସେ ଜ୍ୱରରେ ପୀଡିତ ଥିଲା ।

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ଘଟିଛି। ଏନେଇ ଚନ୍ଦକା ଏସିଏଫ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ସେ ଜ୍ୱରରେ ପୀଡିତ ଥିଲା । ହେଲେ, ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିଏଫ ।

Elephant Nanda

ତେବେ ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡ଼ି ଯାଇଥିଲା। ଓୟୁଏଟି ଡାକ୍ତରମାନେ ତାର ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାର ମୃତ୍ୟୁ ଘଟିଥିଲା।

ନନ୍ଦ ଏକ କୁମକୀ ତାଲିମପ୍ରାପ୍ତ ହାତୀ ଥିଲା । ସେ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହୋଇଥିଲା । ୧୯୮୭ରେ ସେ ନନ୍ଦନକାନନର ବାସନ୍ତୀ ଗର୍ଭର ଜନ୍ମ ନେଇଥିଲା । ତେବେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆରସିଥିଲା ନନ୍ଦ। ସେହି ଦିନଠୁ ତା' ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା।

ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା । ପରେ ତାକୁ କୁମାରଖୁଣ୍ଟିକୁ ନିଆଯାଇ କୁମକୀ ପ୍ରଶିକ୍ଷକ୍ଷ ଦିଆଯାଇଥିଲା । ୨୦୧୪ରେ ନନ୍ଦନକାନନକୁ ପ୍ରବେଶ କରିଥିବା ମାକନା ହାତୀକୁ ଧରିବା ପାଇଁ ନନ୍ଦର ସହାୟତା ନିଆଯାଇଥିଲା । ତାପରେ ପୁଣି ତାକୁ ଚନ୍ଦକାକୁ ଫେରାଇ ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+