ସୁନ୍ଦରଗଡରେ ହାତୀ ଆତଙ୍କ : କଲେ ଫସଲ ନଷ୍ଟ, ଭୟରେ ଅଞ୍ଚଳବାସୀ
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଥମୁନି ହାତୀ ଆତଙ୍କ । ମଣିଷ ଓ ହାତୀ ଲଢେଇରେ ପଡୁନି ପୂର୍ଣ୍ଣଚ୍ଛେଦ । ଜିଲ୍ଲାର ଦୁଇଟି ଜାଗାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳ ଓ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପାହାଡ଼ରେ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି ।
ବଡ଼ଗାଁ ଫରେଷ୍ଟ ରେଞ୍ଜରେ ୨୨ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ପାହାଡ଼ରେ କିଛି ଦିନ ରହିବା ପରେ ଏବେ ହାତୀପଲ ଗାଁ ମୁହାଁ ହୋଇଛନ୍ତି । ମଙ୍ଗଳବାର ରାତିରେ ହାତୀପଲ ମୁକୁନ୍ଦପୁର, ଉଦାରମା ଗାଁରେ ପଶି ବିଲ ଗୁଡ଼ିକରୁ ଫସଲ ନଷ୍ଟ କରିଛନ୍ତି ।
ଲୋକମାନେ ଧାନ ଚାଷ କରିଥିବା ବେଳେ ହାତୀପଲ ପଶି ଏହାକୁ ନଷ୍ଟ କରୁଥିବାରୁ ଲୋକେ ଚିନ୍ତିତ ରହିଛନ୍ତି । ଅନ୍ୟପଟେ ହାତୀପଲ ଗାଁ ପାଖ ଜଙ୍ଗଲରେ ରହୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏଥିରେ ଫେଲ ମାରିଛନ୍ତି ବନ ବିଭାଗ ।
ସେହିପରି ସଦର ବ୍ଲକ ଅଞ୍ଚଳରେ ମାତିଛନ୍ତି ହାତୀ । ଏକ ମାସରୁ ଅଧିକ ହେବ ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହିତ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଛି । ଲୋକେ ରାତି ଅନିଦ୍ରା ହୋଇ ହାତୀକୁ ଜଗି ରହୁଛନ୍ତି । ଏହା ସୁନ୍ଦରଗଡରେ ଭୟର ବାତାବରଣ ସୃଷ୍ଟି କରିଛି ।
ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ ଜାରି ରଖିଛି । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣାଇବ ବନ ବିଭାଗ । 'ଗଜସାଥୀ' କାର୍ଯ୍ୟକ୍ରମରେ ଏଣିକି ୩ଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ରେଡ଼ିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ ଲାଗିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications