ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ: ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି

ବୌଦ୍ଧ: ମଝି ନଦୀରେ ଫସିଛନ୍ତି ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ୧୨ ଟିକିଆ ହାତୀପଲ ଫସିଥିବାର ଦେଖିବାକୁ ମିଳିଛି । କଣ୍ଟାମାଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି ।

ସୂଚନା ଅନୁସାରେ, ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ସାଙ୍ଗକୁ ନଦୀ କୂଳରେ ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଥିଲେ ହାତୀ ପଲ l

ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ୧୨ ଟିକିଆ ହାତୀ ପଲ ଆଜି ସକାଳେ ତେଲନଦୀ ପାର ହେଉଥିଲେ । ମାତ୍ର ଉକ୍ତ ସମୟରେ ଅଧିକ ଲୋକ ଗହଳି ଦେଖି ହାତୀ ପଲ ମଝି ନଦୀରେ ଅଟକି ଯାଇଛନ୍ତି । ନଦୀ ପାର୍‌ ହେବାକୁ ସେମାନେ ଆଗକୁ ବଢ଼ୁ ନାହାନ୍ତି ।

elephnet-in-river

ଗାଁଲୋକେ ଏତେ ହାତୀଙ୍କୁ ନଦୀରେ ଦେଖି ବନବିଭାଗ କୁ ଖବର ଦେଇଥିଲେ । ବନବିଭାଗ କର୍ମୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କ ଉପରେ ନଜର ରଖିଛନ୍ତି । ଏପଟେ ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘରଦ୍ବାର ଭଙ୍ଗିବା ସହ ଚାଷ ଜମି କ୍ଷତି କରିଦେଉଛନ୍ତି । ସେଥିପାଇଁ ବି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିବା ବେଳେ କଣ୍ଟାମାଳ ବନବିଭାଗ ଟିମ୍ ପହଞ୍ଚି ହାତୀଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଏ ଯାଏଁ ତେଲନଦୀ ମଝିରେ ୧୨ ଟିକିଆ ହାତୀ ପଲ ଫସିରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+