ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ଼: ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଭିଡିଓ, ଡିଏଫ୍‌ଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କରଞ୍ଜିଆ : ହାତୀକୁ ଘଉଡାଇବା ପାଇଁ ନିଆଁ ହୁଳା ମାଡ଼। ହିଂସ୍ରଠୁ ବି ଆହୁରି ହୀନ ପାଲଟିଛି ମଣିଷ । ହାତୀକୁ ନିଆଁ ହୁଳା ମାଡ଼ ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଏଭଳି ଅତ୍ୟନ୍ତ ସମ୍ବେଦନଶୀଳ ଭିଡିଓ ସାମ୍ନାକୁ ଆସିଛି ।

କରଞ୍ଜିଆ ବନଖଣ୍ଡରେ ହାତୀପଲ ଉପଦ୍ରବ କରୁଛନ୍ତି । ଗତ ୨୬ ଦିନ ମଧ୍ୟରେ ୩୫ରୁ ଅଧିକ ଘର ଭାଙ୍ଗିଲେଣି । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ହାତୀ ଘଉଡାଇବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି ।ସ୍ଥାନୀୟ ଅଞ୍ଚଳରେ ୨୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

elephant

ହାତୀକୁ ନିଆଁ ମାଡ଼ ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହା ଉପରେ ତଦନ୍ତ କରାଯିବ ବୋଲି କରଞ୍ଜିଆ DFO କହିଛନ୍ତି । ଏହା କେଉଁ ଅଞ୍ଚଳରେ ସେନେଇ ଖୋଳତାଡ଼ କରାଯାଉଛି।

ଭିଡିଓରେ ସ୍ପଷ୍ଟଦେଖା ଯାଉଛି ଜଣେ ଯୁବକ ହାତୀ ଉପରେ ନିଆଁ ହୁଳା ପକାଉଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ତେବେ ଏ ଭିଡିଓ କେବେକାର, କୋଉଁଠିକାର ସଠିକ୍ ଭାବରେ ଜଣା ପଡ଼ିନାହିଁ ।

କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ତେବେ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+