ହାତୀ ମଣିଷ ଲଢେଇରେ ପଡୁନି ପୂର୍ଣ୍ଣଚ୍ଛେଦ: ଅନୁଗୁଳ ବ୍ଲକରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ

ହାତୀ ମଣିଷ ଲଢେଇରେ ପଡୁନି ପୂର୍ଣ୍ଣଚ୍ଛେଦ । ବନ୍ତଳା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ହାତୀ ସମସ୍ୟାକୁ ବଢୁଛି । ହାତୀ ଜନିତ ସମସ୍ୟା ଦ୍ବାରା ଜୀବନ ଜୀବିକା ଉପରେ ବି ବିପନ୍ନ ସୃଷ୍ଟି ହୋଇଛି । ବର୍ତ୍ତମାନ ଛାତ୍ର ଛାତ୍ରୀ ସ୍କୁଲକୁ ଯିବାକୁ ସୁରକ୍ଷିତ ମନେ କରୁ ନାହାନ୍ତି । ଚାଷୀଟିଏ କ୍ଷେତକୁ ଯିବାକୁ ମଧ୍ୟ ଡରୁଛି । ତେବେ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଥମୁ ନଥିବା ବେଳେ କେବଳ ଅନୁଗୁଳ ବ୍ଲକରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ।

କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଜିଲ୍ଲା ପ୍ରଶାସନ । ଯାହା ବିରୋଧରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ସାମାଜିକ ସୁରକ୍ଷା ମଞ୍ଚ । ପୂର୍ବରୁ ଜିଲ୍ଲାପାଳ ମୂଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବନ୍ତଳା ସାମାଜିକ ସୁରକ୍ଷା ମଞ୍ଚ ଏହାର ସ୍ଥାୟୀ ସମାଧାନ ଦାବି କରିଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି ।

elephant

ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ରହିଥିବା ବେଳେ ଏ ଦିଗରେ ତୁନି ସାଧିଛି ଜଙ୍ଗଲ ବିଭାଗ । ଯାହାକୁ ନେଇ ସାଧାରଣରେ ଦେଖିବାକୁ ମିଳିଛି ଗଭୀର ଅସନ୍ତୋଷ ।

ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣାଇବ ବନ ବିଭାଗ । 'ଗଜସାଥୀ' କାର୍ଯ୍ୟକ୍ରମରେ ଏଣିକି ୩ଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ରେଡ଼ିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ ଲାଗିବ

ଅନୁଗୁଳ ବନ୍ତଳାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲାଗିବ ସୋଲାର ଫେନ୍ସିଂ । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ ।

ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ସିଂ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ମଧ୍ୟ ଲଗାଯିବ। ସେହି ଅଞ୍ଚଳରେ ହାତୀ ପଶିବା ମାତ୍ରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ କରିବେ ଟ୍ରାକର । ଯାହା ଦ୍ବାରା ସେହି ଅଞ୍ଚଳର ଲୋକେ ହାତୀ ଆସିବା କଥା ଜାଣି ପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+