ହାଣ୍ଡିଶାଳରେ ହାତୀ: ଝରକାରେ ଶୁଣ୍ଢ ପୂରାଇ ଖାଇଲା ପଖାଳ
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗାଁରେ ହାତୀକୁ ନେଇ ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ।
ଢେଙ୍କାନାଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗାଁରେ ହାତୀକୁ ନେଇ ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ।

ପେଟର ଭୋକ ମେଣ୍ଟାଇବାକୁ ଗାଁରେ ପଶିଥିଲା ହାତୀ। ହେଲେ କୁଆଡ଼େ କିଛି ନପାଇ ଜଣଙ୍କ ଝରକାରେ ଶୁଣ୍ଢ ପୂରାଇ ପଖାଳ ଭାତ ହାଣ୍ଡି ଉଠାଇ ଆଣିବାକୁ ଉଦ୍ୟମ କରିଥିଲା। ବାରମ୍ୱାର ଚେଷ୍ଟା ସତ୍ତ୍ୱେ ସଫଳ ହୋଇନଥିଲା ହାତୀ। ଶେଷରେ ଶୁଣ୍ଢରେ ସବୁ ଭାତ ଖାଇ ଦେଇଥିଲେ। ଆଉ ତା'ପରେ ରୋଷେଇ ଘର ଚାଳ ଛପରକୁ ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି ।
ତେବେ ଭାତ ଖାଇ ସାରିବା ପରେ ହାତୀଟି ଜଙ୍ଗଲକୁ ଫେରିଯାଇଛି । ତେବେ ଏହି ଅଞ୍ଚଳରେ କିଛି ଦିନ ହେଲା ହାତୀ ଆତଙ୍କ ଖେଳାଇଥିବା ବେଳେ ଅଭିଯୋଗ ପରେ ବି କୌଣସି ପ୍ରକାର ପଦକ୍ଷେପ ନିଆଯାଇପାରୁନି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।












Click it and Unblock the Notifications