ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ
ଅନୁଗୁଳ: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ବନାଞ୍ଚଳ ଜେରଙ୍ଗ ଦେହୁରୀସାହି ନିକଟରେ ଦୁର୍ଘଟଣା ଘଟିଛି । ରେଳ ଲାଇନ୍ ପାର୍ କରିବା ବେଳେ ଦନ୍ତାକୁ ଧକ୍କା ଦେଇଥିଲା ଟ୍ରେନ୍ ।
ଗତକାଲି ରାତିରେ ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍ ଜରପଡ଼ା ଗାଁ ନିକଟରେ ଏକ ଦନ୍ତା ହାତୀ ରେଳ ଲାଇନ୍ ପାର କରିବା ସମୟରେ ଶାଲିମାର ଏକ୍ସପ୍ରେସ ଟ୍ରେନ୍ ହାତୀକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଏବଂ ଜିଆରପି ପୋଲିସ ପହଁଞ୍ଚି ହାତୀର ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଗତ କିଛି ଦିନ ହେବ ଜରପଡ଼ା ବନାଞ୍ଚଳରେ ହତୀ ଦଳ ଚଳ ପ୍ରଚଳ କରୁଥିବା ନେଇ ସୂଚନା ରହିଛି । ହାତୀଟି ଖାଦ୍ୟ ସନ୍ଧାନରେ ଟ୍ରେନ ଲାଇନ ନିଟକୁ ଆସିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।












Click it and Unblock the Notifications