ହାତୀପଲ ଘର ଭାଙ୍ଗି ଖାଇଦେଲା ୧୦ ହଜାର ଟଙ୍କା
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତେଲକୋଇ ଫରେଷ୍ଟ ବିଟ୍ ବେଣା ଗାଁରେ ୫ଟିକିଆ ହାତୀପଲଙ୍କ ଉପଦ୍ରବ । ଦୁଇଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ୧୦ ହଜାର ଟଙ୍କା ମଧ୍ୟ ଖାଇଦେଲେ ହାତୀପଲ । ଘରେ ଶୋଇଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ଅନୁଯାୟୀ, ତେଲକୋଇ ଫରେଷ୍ଟ ବିଟ ଅଧିନ ବେଣା ଗାଁ ମୁଣ୍ଡା ସାହିରେ ଗତ ରାତିରେ ଏକ ୫ ଟିକିଆ ହାତୀପଲ ଗାଁ ରେ ପଶି ଉପଦ୍ରବ କରିଛନ୍ତି।
ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଦେଇଛନ୍ତି। ଏହା ସହିତ ଧାନ ବସ୍ତାରେ ରଖାଯାଇଥିବା ଧାନ ସହ ୧୦ ହଜାର ଟଙ୍କା ଖାଇଦେଇଥିବା ଅଭିଯୋଗ ହୋଇଛି, ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରୁ ଜଣା ପଡ଼ିଛି ଯେ ଗତ ରାତି ପ୍ରାୟ ୧୧ ଟାରେ ଏକ ୫ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣ ରେ ବେଣା ଗାଁ ମୁଣ୍ଡା ସାହି ରେ ପଶି ପ୍ରଥମେ ଉକ୍ତ ଗାଁର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିଥିଲେ।

ଏହାପରେ ରବୀନ୍ଦ୍ର ପାତ୍ର ଙ୍କ ଘର ଭାଙ୍ଗି ଧାନ ବସ୍ତା ଘର ବାହାରକୁ ଟେକିନେଇ ଖାଇଦେଇଥିଲେ। ରବୀନ୍ଦ୍ର ଯେଉଁ ଧାନ ବସ୍ତା(ଡୁଲୀ )ଭିତରେ ୧୦ ହଜାର ଟଙ୍କା ରଖିଥିଲେ, ସେହି ଧାନ ବସ୍ତା କୁ ହାତୀପଲ ଘରୁ ଟେକି ନେଇ ଖାଇଦେଇଥିଲେ। ବସ୍ତା ଭିତରେ ଥିବା ଧାନ ସହିତ ୧୦ ହଜାର ଟଙ୍କା ଖାଇଦେଇଥିବା ମଧ୍ୟ ରବୀନ୍ଦ୍ରଙ୍କ ସ୍ତ୍ରୀ' କଂସଲା ପାତ୍ର ଅଭିଯୋଗ କରି ଦୁଃଖ ପ୍ରକାଶ କରିଛନ୍ତି।












Click it and Unblock the Notifications