ମାତିଛନ୍ତି ହାତୀପଲ : ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଧାନ ଫସଲ, ଚିନ୍ତାରେ ପଡିଛନ୍ତି ଚାଷୀ
ପାଟଣା : ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ। ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।
ହାତୀ ପଲ ଦିନ ବେଳା କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ତେଲ ନଦୀ ପାର୍ ହୋଇ ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଏହାସହିତ ବ୍ୟାପକ କ୍ଷୟକ୍ଷତି ମଧ୍ୟ କରୁଛନ୍ତି ।
ଗତ ଦୁଇ ଦିନ ହେଲା ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ହାତୀପଲ ଧାନ ବିଲରେ ପଡିଥିବା ତଳିକୁ ମାଡି ଚକଟି ନଷ୍ଟ କରିଛନ୍ତି । ଯାହାଫଳରେ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ସେହିପରି ହାତୀପଲ ଏବେ କରଞ୍ଜିଆ ରେଞ୍ଚରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ହାତୀ-ମଣିଷ ଲଢେଇରୁ ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ । ଧନଜୀବନ ନଷ୍ଟ ରୋକିବାକୁ ବହୁସୁତ୍ରୀ ଫର୍ମୁଲା ଆପଣାଇବ ବନ ବିଭାଗ । 'ଗଜସାଥୀ' କାର୍ଯ୍ୟକ୍ରମରେ ଏଣିକି ୩ଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ରେଡ଼ିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ ଲାଗିବ ।
ହାତୀର ଗତିବିଧି ଜାଣିବାକୁ ହାତୀ ବେକରେ ଏଥର ଲାଗିବ ରେଡ଼ିଓ କଲାର। ବେଙ୍ଗାଲୁରୁର ଏକ କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲା ବନ ବିଭାଗ। ପ୍ରାରମ୍ଭିକ ଭାବେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର। ଚଳିତ ବର୍ଷ ଗଜସାଥୀ କାର୍ଯ୍ୟକ୍ରମ ୨ ହଜାର ଗାଁକୁ ସମ୍ପ୍ରସାରଣ ଲକ୍ଷ୍ୟ।
ଅନୁଗୁଳ ବନ୍ତଳାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲାଗିବ ସୋଲାର ଫେନ୍ସିଂ। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ।
ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ସିଂ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏହି ଅଞ୍ଚଳରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ମଧ୍ୟ ଲଗାଯିବ। ସେହି ଅଞ୍ଚଳରେ ହାତୀ ପଶିବା ମାତ୍ରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ କରିବେ ଟ୍ରାକର । ଯାହା ଦ୍ବାରା ସେହି ଅଞ୍ଚଳର ଲୋକେ ହାତୀ ଆସିବା କଥା ଜାଣି ପାରିବେ।












Click it and Unblock the Notifications