ହାତୀ ମୃତ୍ୟୁ ଲୁଚାଇବା ମାମଲା ; ଡେପୁଟି ରେଞ୍ଜର ଘନଶ୍ୟାମ ମହନ୍ତଙ୍କୁ ନିଲମ୍ବନ କଲେ DFO

କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ। ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର ବିନୟ କୁମାର ବିଶି । ଘଟଣାର ତଦନ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାତୀ ମୃତ୍ୟୁର ୧୨ ଦିନ ପରେ ଗଣମାଧ୍ୟମରୁ ଖବର ପାଇ ତଦନ୍ତ ଆରମ୍ଭ କରିଥିଲେ ଡିଏଫ୍‌ଓ । ପ୍ରାଥମିକ ରିପୋର୍ଟ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମିଳିବା ପରେ ରେଞ୍ଜର ବିନୟ କୁମାରଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମରୁର ଆରସିସିଏଫ୍ ବାଲିଗୁଡ଼ାରେ ପହଞ୍ଚିଥାନ୍ତି । ଘଟଣାସ୍ଥଳ ବେଲଘରକୁ ଯାଇ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିବେ ଆରସିସିଏଫ୍ ।

Elephant death

କନ୍ଧମାଳ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତକ ସିମିଲିପଦର ନିକଟସ୍ଥ ମଣ୍ଡୁଟି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଜାନୁଆରି ୫ ତାରିଖରେ ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ କରାଯାଉଥିବା ଡିଏଫଓ କହିଛନ୍ତି । ଏହା ଭିତରେ ମାସକରେ୨ ହାତୀଙ୍କର ମୃତ୍ୟୁ ଘଟିଛି । ଏବଂ ଏହି ଘଟଣାକୁ ଚପା ଯାଇଥିଲା । ଡିସେମ୍ବର ୧୨ରେ ଝିରିପାଣିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ଏବଂ ଜାନୁଆରୀ ୫ରେ ମୁଣ୍ତୁଟି ଜଙ୍ଗଲରେ ଆଉ ଏକ ହାତୀର ହୋଇଥିବା ଅଭିଯୋଗ ହେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+