ହାତୀ ମୃତ୍ୟୁ ମାମଲା; ଦତନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀ ମୃତ୍ୟୁ ଘଟଣାର ହେବ ଉଚ୍ଚ ସ୍ତରୀୟ ତଦନ୍ତ। ଏନେଇ ଗଠନ ହେବ ଏକ ସ୍ବତନ୍ତ୍ର ତଦନ୍ତ କମିଟି । ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।

Elephant death

ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ ଦେହ ଠାବ ହୋଇଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି । ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍ । ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି । ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟିଛି । ତେବେ ବନ କର୍ମଚାରୀଙ୍କ ଦାୟିତ୍ବ, ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା ବୋଲି ସୁଶାନ୍ତ ନନ୍ଦ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+