ମାତିଛି ଗୋଠ ଛଡ଼ା ଦନ୍ତା, ମରୁ ମରୁ ବଞ୍ଚିଗଲେ ...

ପାଟଣା : କେନ୍ଦୁଝରରେ ପୁଣି ଦନ୍ତା ଆତଙ୍କ। ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି। କେନ୍ଦୁଝର ପାଟଣା ରେଞ୍ଜରେ ମାତିଛି ଗୋଠ ଛଡ଼ା ଦନ୍ତା । ଘର ଭାଙ୍ଗିବା ସହ ବ୍ୟାପକ କ୍ଷତକ୍ଷତି କରିଛି ଏହି ଗୋଠ ଛଡ଼ା ଦନ୍ତା।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗାଁ ଭିତରକୁ ଆସି ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଖାଇ ଦେଇଛନ୍ତି ଦନ୍ତା। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ । କିଛି ମାସ ବ୍ୟବଧାନରେ ପୁଣି ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି l ଖିରେଇଟାଙ୍ଗୀରୀ ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ଆତଙ୍କ ଖେଳାଇଛି।

elephant

ଘର ଭାଙ୍ଗି ଘର ଭିତରେ ଥିବା ଧାନ ଖାଇ ନଷ୍ଟ କରିଦେଇଛି । ତେବେ ରାତି ଅଧରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଦନ୍ତା ଏବେ ବେଲଦା ଗାଁ ନିକଟ ଜଙ୍ଗଲରେ ବୁଲୁଥିବାରୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି l

କିଛି ଦିନ ତଳେ ସୁନ୍ଦରଗଡ଼ କୋଇଡ଼ା ଥାନା ଦେଙ୍ଗୁଳା ଗାଁରେ ମୁଣ୍ଡା ବସ୍ତିରେ ହାତୀ ଘରୁ ମହିଳାଙ୍କୁ ଟେକି ନେଇ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥଲା। ଏମିତିକି ଅନେକ ସମୟ ଧରି ହାତୀ ମୃତ ମହିଳାଙ୍କ ଶବକୁ ଜଗିରହିଥିଲା । ପରେ ଗାଁ ଲୋକେ ଘଉଡାଇବା ପରେ ହାତୀ ଘଟଣାସ୍ଥଳରୁ ଜଙ୍ଗଲମୁହାଁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+