ଖୁସି ଖବର: ବଢ଼ିବନି ବିଦ୍ୟୁତ ଦର, ଠିକ୍ ସମୟରେ ବିଲ୍ ପୈଠ କଲେ ମିଳିବ ୧୦ ପଇସା ରିହାତି

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ବିଦ୍ୟୁତ ଦର ବୃଦ୍ଧି କରିବ ନାହାଁନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି (OERC) । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖା ଯାଇଛି ।
ମିଳିଥିବା ସୂଚନାନୁଯାୟୀ ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୮୦ ପଇସା ଏବଂ ୪ ଶହ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ ଟଙ୍କା ୨୦ ରହିବ । ସେହିପରି ଗ୍ରାମାଞ୍ଚଳ ଉପଭୋକ୍ତା ଠିକ୍ ସମୟରେ ବିଲ୍ ପୈଠ କଲେ ମିଳିବ ୧୦ ପଇସା ରିହାତି ।
ତେବେ ଡିଜିଟାଲ ପେମେଣ୍ଟ କଲେ LT ଉପଭୋକ୍ତାଙ୍କୁ ୪ % ରିହାତି ଦିଆଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ରେଳ କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ ।












Click it and Unblock the Notifications