Get Updates
Get notified of breaking news, exclusive insights, and must-see stories!

Electricity Rate:୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ

୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି । ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା ପାଇକାରୀ ମୂଲ୍ୟ ୩ ଟଙ୍କା ୨୯ ପଇସା ଥିଲା ।

ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି । ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ ।

ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ । ରିଟର୍ଣ୍ଣ ଅନ ଇକ୍ବିଟିକୁ ବାଦ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରୀଡକୋ କ୍ଷତି ସହିବ ।

୨୦୨୫-୨୬ରେ ଗ୍ରୀଡକୋ ପ୍ରସ୍ତାବକୁ ଯଦି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନି ନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବଢ଼ିବ । ସେସୁ, ୱେସକୋ, ନେସ୍କୋ ଏବଂ ସାଉଥ କୋ କମ୍ପାନୀକୁ ଟାଟାକୁ ବିକ୍ରି ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହୋଇନି । ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ବିଜୁଳି ଦର ବଢି ନଥିଲା।

Electricity tariff

ବିଦ୍ୟୁତ ଶୁଳ୍କ ବଢ଼ିଲେ କୋଟିଏ ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି । ବୃଦ୍ଧିକୁ ଉପଭୋକ୍ତା ମହାସଂଘର ବିରୋଧ କରୁଛି । ତୁରନ୍ତ ସରକାର ବିଜୁଳି କମ୍ପାନୀମାନଙ୍କ ଏହି ଶୋଷଣ ଓ ଜନବିରୋଧୀ ନୀତି ଉପରେ ହସ୍ତକ୍ଷେପ କରିବାକୁ ମହାସଂଘ ଦାବି କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+