ରାଜ୍ୟର ୧୧୭୧୦ ସ୍କୁଲ ବିଦ୍ୟୁତ ସଂଯୋଗ ହୋଇ ନାହିଁ: ଗଣଶିକ୍ଷା ମନ୍ତ୍ରୀ
ବିଧାନସଭାରେ ଉଠିଲା ସ୍କୁଲରେ ଅବ୍ୟବସ୍ଥା ପ୍ରସଙ୍ଗ । ବିଜେପି ବିଧାୟକ ମୋହନ ମାଝୀ ଉଠାଇଲେ ପ୍ରସଙ୍ଗ । ଯାହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଭୁବନେଶ୍ବର: ବିଧାନସଭାରେ ଉଠିଲା ସ୍କୁଲରେ ଅବ୍ୟବସ୍ଥା ପ୍ରସଙ୍ଗ । ବିଜେପି ବିଧାୟକ ମୋହନ ମାଝୀ ଉଠାଇଲେ ପ୍ରସଙ୍ଗ । ଯାହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସଂଯୋଗ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ସେନେଇ ଗୃହରେ ଉତ୍ତର ଜାଣିବାକୁ ଚାହିଁଥିଲେ ମୋହନ ମାଝୀ ।
ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୨୧ ହଜାର ୦୬୫ ସ୍କୁଲରେ ଖେଳ ପଡ଼ିଆ ନାହିଁ। ପାଖାପାଖି ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିଁ। ୬୦୧୧ଟି ବିଦ୍ୟାଳୟରେ ଛାତ୍ର ଅନୁପାତରେ ଶିକ୍ଷକ ନାହାନ୍ତି। ୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ ହାର ୨୭.୨୬। ରାଜ୍ୟରେ ୧୧ ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଅନ୍ୟପଟେ ଗତ ଦୁଇ ଦିନ ତଳେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଆଣି କହିଥିଲେ ଯେ, ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର । ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ସେପଟେ ରୂପାନ୍ତରିତ ସ୍କୁଲରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ରୂପାନ୍ତରିତ ହେଉଛି ସ୍କୁଲ, ହେଲେ ନାହାନ୍ତି ଶିକ୍ଷକ । ଏନେଇ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ।
ତେବେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଛନ୍ତି, 5-T ସ୍କୁଲଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି । ଯାହା ଲଜ୍ଜାଜନକ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି। କେମିତି ରୂପାନ୍ତରିକରଣ କରୁଛନ୍ତି ସରକାର ?












Click it and Unblock the Notifications