ପାୱାର କଟ୍ ପାଇଁ ନୁହେଁ ଯାନ୍ତ୍ରିକ ତ୍ରୁଟି ପାଇଁ କଟୁଛି ଲାଇନ୍: ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ପାୱାର କଟକୁ ଅସ୍ୱୀକାର କଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀ କହିଛନ୍ତି, ପାୱାରକଟ୍ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ଭୁଲ । ଆବଶ୍ୟକତା ଠାରୁ କମ୍ ପାୱାର ଥିଲେ ପାୱାରକଟ୍ କରା ଯାଇଥାଏ । ତେଣୁ ଲୋକଙ୍କୁ କାଟିକି ଦେବାକୁ ପାୱାରକଟ୍ କୁହାଯାଏ ।

ଏବେ କଟୁଥିବା ଲାଇନ୍ ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ୍ କଟୁଛି । ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ।
ଅନ୍ୟପଟେ ଦଳ ଡିଆଁ ପର୍ବକୁ ନେଇପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀ କହିଛନ୍ତି, ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ଆରମ୍ଭ ହୁଏ । ୨୦୧୯ ନିର୍ବାଚନ ପୂର୍ବରୁ ଏପରି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପରିଣାମ କ'ଣ ହେଲା, ତାହା ସମସ୍ତେ ଜାଣନ୍ତି । ଏବେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆମର କିଛି ବିଧାୟକ ବିଜେପି ଲିଙ୍କରେ ଅଛନ୍ତି ।












Click it and Unblock the Notifications