ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ହେଲା ବିଜୁଳି ସଂଯୋଗ
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ହେଲା ବିଜୁଳି ସଂଯୋଗ । ମୟୂରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହିକୁ ବିଦ୍ୟୁତ ସଂଯୋଗ ପାଇଁ ତତ୍ପରତା ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ହେଲା ବିଜୁଳି ସଂଯୋଗ । ମୟୂରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହିକୁ ବିଦ୍ୟୁତ ସଂଯୋଗ ପାଇଁ ତତ୍ପରତା ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏହି ଅଞ୍ଚଳରେ ବିଜୁଳି ବିତରଣ କରୁଥିବା ଟାଟା ପାୱାର କମ୍ପାନି ଟ୍ରାନ୍ସଫରମର, ଇଲେକଟ୍ରିଲ ପୋଲ ଓ ମାଟିଖୋଳା ମେସିନ ଲଗାଇବା ବ୍ୟବସ୍ଥା କରିଛି । ଉପରବେଡାରେ ପ୍ରାୟ ସାଢେ ୩ ହଜାର ଲୋକ ରହୁଥିବାବେଳେ ବଡସାହିରେ ବିଜୁଳି ପହଞ୍ଚୁଛି । କିନ୍ତୁ ଡୁଙ୍ଗୁରି ସାହିରେ ଥିବା ୧୪ଟି ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନାହିଁ । କୁହାଯାଉଛି ଜଙ୍ଗଲ ଜମିରେ ଘର କରିଥିବାରୁ ଏହି ଘରଗୁଡିକୁ ବିଜୁଳି ଦିଆଯାଇ ନଥିଲା ।
ସର୍ଭେ କରି ଉପରବେଡ଼ା ବଡ଼ସାହି ଠାରୁ ୨୮ଟି ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି ଏବଂ ସନ୍ଧ୍ୟାରୁ ଖୁଣ୍ଟ ପୋତା କାମ ଆରମ୍ଭ କରାଯାଇଛି । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର । ଉପରବେଡା ଡୁଙ୍ଗୁରୁସାହି ବସ୍ତିରେ ଦ୍ରୌପଦୀ ମୁର୍ମୁଙ୍କ ପୁତୁରା ବିରଞ୍ଚି ନାରାୟଣ ଟୁଡୁ ତାଙ୍କ ପତ୍ନୀ ଓ ୨ ପିଲାଙ୍କ ସହ ରୁହନ୍ତି ।












Click it and Unblock the Notifications