ରାଜଧାନୀରେ ଆରମ୍ଭ ହେଲା ଇ-ରାଇଡ ଓ ଇ-ବସ୍ ସେବା , ଯାତ୍ରୀଙ୍କୁ ମିଳିବ ୨ଦିନ ମାଗଣା ସେବା
Electric Mo Bus, Autos Roll In Bhubaneswar:ରାଜଧାନୀରେ ଆରମ୍ଭ ହେଲା ଇ-ରାଇଡ ଓ ଇ-ବସ୍ ସେବା , ଯାତ୍ରୀଙ୍କୁ ମିଳିବ ୨ଦିନ ମାଗଣା ସେବା.
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ଇ-ରାଇଡ ଓ ଇ-ବସ୍ ସେବା । ଗତକାଲି ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ରୋଡର ନବୀନ ନିବାସ ସାମ୍ନାରେ ଉଭୟ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ବାୟୁପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇପାରିବ । ଆସନ୍ତା କାଲି ପର୍ଯ୍ୟନ୍ତ ଯାତ୍ରୀ ପାଇପାରେବେ ମାଗଣା ସେବା । ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ କର୍ପୋରଟର ଇ-ବସରେ ବଲି ରାଜଧାନୀରେ ଯାତ୍ରା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଓ ୫୦ଟି ଇ-ରାଇଡ ଗଡ଼ିଛି । ଆଗାମୀ ଦିନରେ ୫୦ଟି ଇ-ବସ୍ ଚଳାଚଳ ହେବାର ସୂଚନା ରହିଛି । ଇ-ବସରେ ୩୦ଟି ସିଟ୍ ରହିଥିବାବେଳେ ମହିଳା ଯାତ୍ରୀଙ୍କ ଲାଗି ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷିତ ରଖାଯାଇଛି । ଇ-ବସ୍ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ରହିଥିବାବେଳେ ମୋ ଇ-ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନର ଡ୍ରାଇଭରଙ୍କୁ ନିଯୁକ୍ତ କରାଯାଇଛି । ପ୍ରଥମ ଥର କ୍ରୁଟ ପକ୍ଷରୁ ମହିଳାମାନଙ୍କୁ ମୋ ବସ ଚାଳନା ପାଇଁ ସୁଯୋଗ ଦିଆଯାଇଛି
ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ ହେବ । ଗତ ଦୁଇମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି । ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ ମଧ୍ୟ କରାଯାଇଥିଲା । ବସରେ ବାଲିବସ୍ଥା ରଖାଯାଇ ଟ୍ରାଏଲ କରାଯାଇଛି । ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ । ସବୁ ବସ ଶୀତତାପ ନିୟନ୍ତ୍ରିତ । ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ । ତେବେ ୪ଟି ରୁଟରେ ଚାଲିବ ମୋ ବସ୍ ।












Click it and Unblock the Notifications