ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍, ମନ୍ତ୍ରୀ ଦେଲେ ସୂଚନା

ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍। ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇଟି ଇଲେକ୍ଟ୍ରିକ ଡବଲ ଡେକର ବସ୍‌ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ବାହାରି ସାରିଥିବା ବେଳେ ଆସନ୍ତାକାଲି ପହଞ୍ଚିବ ବୋଲି କହିଛନ୍ତି ମନ୍ତ୍ରୀ।

Electric double

ଏହି ଅବସରରେ ସେ କହିଛନ୍ତି, ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ 'ପ୍ରବାସୀ ଭାରତୀୟ ଦିବସ' ସମାରୋହ ପାଳିତ ହେବ। ଉକ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍‌ କରିବ ଡବଲ ଡେକର୍ ବସ୍‌। ପରେ ସାଧାରଣ ଲୋକଙ୍କ ପାଇଁ ଏହା ବ୍ୟବହୃତ ହେବ।

ପ୍ରଥମ ପର୍ଯ୍ୟାୟରୁ ରାଜ୍ୟକୁ ଦୁଇଟି ଡବଲ ଡେକର ବସ୍ ଆସୁଛି। ପରେ ଆଉ ଦୁଇଟି ବସ୍‌ ଆସିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+