୪୩ ପଞ୍ଚାୟତ ପାଇଁ ଜୁନ ୨୩ରେ ଉପନିର୍ବାଚନ ହେବ: ମେ’ ୨୨ରେ ନୋଟିଫିକେସନ୍

୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ ହେବ । ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ। ଜୁନ୍ ୨୪ରେ ଆସିବ ଭୋଟ ଗଣତି ଫଳାଫଳ ।

ମେ' ୨୨ରେ ନୋଟିଫିକେସନ୍ । ୬ରୁ ୩୧ ମେ' ନାମାଙ୍କନ ଦାଖଲ । ୨୦ ଜିଲ୍ଲାର ୪୩ ସରପଞ୍ଚ ପାଇଁ ଭୋଟ୍ ହେବ । ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ପାଇଁ ଭୋଟ୍ ।

Elections to 43 panchayats to be held on June 23 Notification on May 22

ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଆସନ୍ତା ଜୁନ୍ ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତାପରେ ପଞ୍ଚାୟତ ଅଫିସରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ୨୪ ତାରିଖ ସକାଳ ୮ ଟାରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ ।

୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ଉପ-ନିର୍ବାଚନ କରାଯିବ । ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ୍ ଜାରି ହେବ । ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ ।

ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତା'ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ପଞ୍ଚାୟତ ଅଫିସରେ । ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ୨୪ ତାରିଖ ସକାଳ ୮ଗରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+