ବରଗଡ଼ରେ ନିର୍ବାଚନୀ ହିଂସା: ଜଣେ ମୃତ

Election violence in Bargarh: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଭୋଟ୍ ବେଳେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏପରିକି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ରହିଛି । ତେବେ ଏପରି ଅଭାବନୀୟ ଘଟଣା ବରଗଡ଼ା ସଦର ଥାମା ସରସରା ଗାଁରେ ଘଟିଛି ।

ଜଣେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । କିଛି ଭୋଟରଙ୍କୁ ନେଇ ଯିବା ବେଳେ ଅଟୋ ଡ୍ରାଇଭର ଉପରେ ଅକ୍ରମଣ କରିଥିଲେ ଦୃବୁତ୍ତ । ତେବେ କେଉଁ ମାନେ ହତ୍ୟା କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Bargarh Lok Sabha Election 2024

ସେହିପରି ବେରୁଆବାଡ଼ି ବୁଥରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟ ମାରପିଟ୍ । ବୁଥ୍ ରିଗିଂ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥି ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଖିଲା । ସେପଟେ ଘଷିପୁରା ନିର୍ବାଚନୀ ହିଂସା ପରେ, ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ଘୋଷଣା କରିବା ସତ୍ତ୍ୱେ ରାଜ୍ୟରେ ନିର୍ବାଚନୀ ହିଂସା ଜାରି ରହିଛି ।

ସୂଚନାଥାଉ ଯେ, ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ରାଜ୍ୟର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ଚାଲିଛି ଭୋଟିଂ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+