ନୂଆ ଏନଏସି ଏବଂ ପୌରପାଳିକା ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା
ନୂଆ ଏନଏସି ଏବଂ ପୌରପାଳିକା ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା । ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି। ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ଫେବ୍ରୁଆରି ୧୨ ତାରିଖରୁ ୨୧ ତାରିଖ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ । ଫେବ୍ରୁଆରି ୨୬ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ମାର୍ଚ୍ଚ ୨୬ ତାରିଖରୁ ୧୩ ତାରିଖ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ ।

ମାର୍ଚ୍ଚ ୧୬ ରୁ ୨୮ ତାରିଖ ମଧ୍ୟରେ ଅଭିଯୋଗ ଶୁଣାଣି ଓ ମାର୍ଚ୍ଚ ୩୧ ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି । ନୂଆରେ ଗଠିତ ୨୮ଟି ଏନ୍ଏସି ଓ ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ନଗର ଉନ୍ନୟନ ବିଭାଗ ଚିଠି ଦେଇଛି । ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବା ସହ ସୀମା ପୁନଃନିରଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications