Get Updates
Get notified of breaking news, exclusive insights, and must-see stories!

ମୁଖ୍ୟ ନିର୍ବାଚନ କମିସନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ । ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ ।

ପରେ ପରେ ମୁଖ୍ୟ ନିର୍ବାଚନ କମିସନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ । ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟ ନିର୍ବାଚନ କମିସନର ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏତଦ୍‌ବ୍ୟତୀତ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ କୁମାର ସ୍ୱୀକୃତିପ୍ରାପ୍ତ ଜାତୀୟ, ରାଜ୍ୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେପରି ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇପାରିବ, ସେଥି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ନିର୍ବାଚନ କମିସନର ବୈଠକରେ ପ୍ରକାଶ କରିଥିଲେ ।

 review meeting

ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲ, ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ, ଉପନିର୍ବାଚନ ଆୟୁକ୍ତ ମନୋଜ କୁମାର ସାହୁ, ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ଉପସ୍ଥିତ ଓଡିଶାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡା. ଏନ. ତିରୁମାଲା ନାୟକଙ୍କ ସମେତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ ଆୟୁକ୍ତ, ଆରକ୍ଷୀ ମହାନିରୀକ୍ଷକ, ପୁଲିସ କମିସନର ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+