ଶେଷ ହେଲା ନିର୍ବାଚନ ଡ୍ୟୁଟି, ଦୁର୍ଘଟଣାରେ ଚାଲିଗଲା ଦୁଇ ପ୍ରିଜାଇଡିଂ ଅଫିସରଙ୍କ ଜୀବନ

ନିର୍ବାଚନ କାର୍ଯ୍ୟ ଶେଷ କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଦୁଇ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଡିଆଳ ନିର୍ବାଚନମଣ୍ଡଳି ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ ଥିବା ପ୍ରସନ୍ନ କୁମାର ନାୟକ ଏବଂ ଶିଖପାଲିର କୁଶବେଡା ବିଦ୍ୟାଳୟରେ ନିୟୋଜିତ ଥିବା ପ୍ରିଜାଇଡିଂ ଅଫିସର ତଥା ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ।

accident

ସୋମବାର ନିର୍ବାଚନ ସରିବା ପରେ ଇଭିଏମ୍‌ ମେଶିନ ଜମା କରି ଏକ ବାଇକ୍‌ ଯୋଗେ ପ୍ରସନ୍ନ ମଙ୍ଗଳବାର ଘରକୁ ଫେରୁଥିଲେ । ହେଲେ ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡ ତୃଣବିହନ ଉତ୍ପାଦନ କେନ୍ଦ୍ର ନିଟରେ ଏକ କାର ସହ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ସେହିପରି ମାଥିଲି ଡମଗୁଡ଼ାଠାରେ ଏକ ବସ୍‌ ଧକ୍କାରେ ଶିଖପାଲିର କୁଶବେଡା ବିଦ୍ୟାଳୟରେ ନିୟୋଜିତ ଥିବା ପ୍ରିଜାଇଡିଂ ଅଫିସର ତଥା ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ସୂଚନା ଯୋଗ୍ୟ, ନିବାଚନ କାର୍ଯ୍ୟ ସାରି ମଙ୍ଗଳବାର ସକାଳରେ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥିଲି ସବ୍‌ଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+