ଗଠନ ହେଲା ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି , ଜାଣନ୍ତୁ ଏଥିରେ କିଏ ହେଲେ ନିଯୁକ୍ତ?

ଭୁୁବଶ୍ୱେର: ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେତୋଟି ଦିନ ରହିଛି ବାକି । ଏଥିଲାଗି ରାଜ୍ୟରେ ସବୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ହିସାବରେ ଓହ୍ଲାଇଛନ୍ତି ମଇଦାନକୁ । ବିଶେଷ କରି ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ କରୁଛି ବିଭିନ୍ନ ଷ୍ଟ୍ରାଟେଜି ।

ଆଉ ଏସବୁ ଭିତରେ ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ଘୋଷଣା କରିଛନ୍ତି । ଏନେଇ ସେ କମିଟିର ତାଲିକା ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍‌ଯକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ୧୮ ଜଣଙ୍କୁ କମିଟିରେ ସ୍ଥାନ ଦିଆଯାଇଛି ।

congress bhawan

ଆଉ ଏଥିରେ ସାମିଲ ଅଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଚ୍ଚାକା, ଭକ୍ତଚରଣ ଦାସ, ଶୁଶୀଲ ତିରିଆ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ ପ୍ରମୁଖ କମିଟିରେ ସଦସ୍ୟ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+