ଭାରତର ନିର୍ବାଚନ ଆୟୁକ୍ତଙ୍କ ତିନିଦିନିଆ ଓଡିଶା ଗସ୍ତ; ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ସମ୍ପର୍କରେ କରିବେ ସମୀକ୍ଷା

ଭୁବନେଶ୍ଵର: ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ । ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବାକୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ରାଜୀବ କୁମାରଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି ।

ଭାରତର ମାନନୀୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ କୁମାରଙ୍କ ସହିତ ଭାରତର ମାନନୀୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀଯୁକ୍ତ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଓଡିଶା ଗସ୍ତରେ ଆସି ଆସନ୍ତା କାଲି ପୂର୍ବାହ୍ନରେ ପ୍ରଥମେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ନିର୍ବାଚନ ସମ୍ପର୍କୀତ ଆଦର୍ଶ ଆଚରଣ ବିଧିର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିବେ । ପରେପରେ, ରାଜସ୍ୱ ଡିଭିଜନର ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ମହାନିରୀକ୍ଷକ, ପୋଲିସ କମିଶନର, ଆରକ୍ଷୀ ଅଧୀକ୍ଷକ ପ୍ରମୁଖଙ୍କ ସହିତ ଏକ ମିଳିତ ବୈଠକରେ ନିର୍ବାଚନ ପ୍ରସ୍ତୁତି, ତାଲିମ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିବେ ।

ସେହିପରି, ୧୭ ତାରିଖ ଦିନ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ବାହିନୀ ଓ କେନ୍ଦ୍ର ପୋଲିସ ବାହିନୀର ନୋଡାଲ ଅଧିକାରୀ, ପ୍ରବର୍ତ୍ତନ ସଂସ୍ଥା, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରମୁଖଙ୍କ ସହିତ ପୃଥକ ପୃଥକ ଭାବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ । ଅପରାହ୍ନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ କୁମାର ଏବଂ ତାଙ୍କ ସହିତ ଥିବା ବରିଷ୍ଠ ପଦାଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+