ନବୀନଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ ନିର୍ବାଚନ କମିଶନଙ୍କ ଅଧିକାରୀ
ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ ଜୋରଦାର୍ ଚାଲିଛି ପ୍ରଚାର । ୩ ପ୍ରମୁଖ ଦଳର ପ୍ରାର୍ଥୀ ଏବଂ ନେତାଏ ଡୋର୍ ଟୁ ଡୋର୍ ବୁଲି ଭୋଟ ମାଗୁଛନ୍ତି । ନୂଆପଡାରେ ଡେରା ପକାଇଛନ୍ତି ସବୁ ଦଳର ନେତା ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ନୂଆପଡା ଯାଇ ପ୍ରଚାର କରିଥିବା ବେଳେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ତେବେ ପ୍ରଚାର ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି । ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଅଧିକାରୀ ।

ପୂର୍ବରୁ ନୂଆପଡ଼ାକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ଫ୍ଲାଇଂ ସ୍କ୍ବାଡ୍ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଯାଞ୍ଚ କରିଥିଲେ।












Click it and Unblock the Notifications