ତୃତୀୟ ପର୍ଯ୍ୟାୟ ଲାଗି ଶେଷ ହେଲା ପ୍ରଚାର
ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଏବେ କଡ଼ା ନଜରରେ ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ଜଣ ଭୋଟର ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ହେବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରାଯାଇଛି । ରାଜ୍ୟ ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ ।

୨୫ତାରିଖରେ ଭୁବନେଶ୍ୱର ସମେତ ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ୪୨ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ଏହି ୬ଟି ସଂସଦୀୟ କ୍ଷେତ୍ରରେ ୯ଜଣ ମହିଳାଙ୍କ ସମେତ ମୋଟ୍ ୬୪ଜଣ ସାଂସଦ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୪୪ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୩୮୩ଜଣ ପୁରୁଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।












Click it and Unblock the Notifications