ରାତି ପାହିଲେ ନିର୍ବାଚନ ; ସୁରକ୍ଷା ପାଇଁ ୧୭ ହଜାର ପୋଲିସ ଓ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ
ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ୪ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ହେବ ମତଦାନ । ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ସୁରକ୍ଷା ସହ ନିରପେକ୍ଷ ମତଦାନ ପାଇଁ ୧୭ ହଜାର ପୋଲିସ ଓ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି ।

୬୦୦ ମୋବାଇଲ ୟୁନିଟ ପାର୍ଟି ନିଯୁକ୍ତ କରାଯାଇଛି । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫୧ଟି ଇଂଟର ଷ୍ଟେଟ ବର୍ଡରକୁ ସିଲ କରାଯାଇଛି । ସିସିଟିଭି କ୍ୟାମେରାରେ ପ୍ରତି ଟି ଗତିବିଧିର ନଜର ରଖାଯାଉଥିବା କହିଛନ୍ତି ଡିଜିପି ।












Click it and Unblock the Notifications