ନିର୍ବାଚନ ୨୦୨୪: ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା, ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆଦି ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରୁଛନ୍ତି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ ୯୪ ହଜାର ମତଦାନ ହୋଇସାରିଛି । ଏହା ମଧ୍ୟରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ମତଦାତା ଓ ଭିନ୍ନକ୍ଷମ ମତଦାତାମାନେ "ହୋମ୍ ଭୋଟିଙ୍ଗ୍' ମାଧ୍ୟମରେ ମତଦାନ କରୁଥିବାବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସିରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପିବିିଏଫ୍ସି ମାଧ୍ୟମରେ ମତଦାନ କରିଛନ୍ତି ‌ବୋଲି ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ସୂଚନା ଦେଇଛନ୍ତି ।

Election 2024

ରାଜ୍ୟରେ ଶନିବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି ।

ସର୍ବାଧିକ ପୋଲିଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହୋଇଛି । ଏଠାରେ ୭୬.୬୩ ପ୍ରତିଶତ ମତଦାନ ହୋଇଛି । ସବୁଠୁ କମ୍ ମତଦାନ ଭୁବନେଶ୍ୱରରେ ହୋଇଛି । ଭୁବନେଶ୍ୱରରେ ମାତ୍ର ୬୨ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+