Election 2024; ଖୋର୍ଦ୍ଧା ମାଟିରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ଉଭୟ ନବୀନ ଓ ପାଣ୍ଡିଆନ
ପୁଣି ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ । ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଜନସଭାରେ ବିକାଶମୂଳକ କାମର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲିନାହାନ୍ତି ନବୀନ । ବିରୋଧୀ ଏବେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି । ନିର୍ବାଚନ ଥିବାରୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି । କେବଳ ଏତିକି ନୁହେଁ ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ନବୀନ । ପୁରୀ ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ନବୀନ । ତେଣୁ ଏଥର ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଛନ୍ତି ନବୀନ ।
ସେହିପରି ଖୋର୍ଦ୍ଧାରେ ଅଭିଭାଷଣ ଆରମ୍ଭରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଖବରକାଗଜ ଭିତରେ ଲିଫଲେଟ୍ ଦେଇ କଣ କଣ କାମ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଯାହାକୁ କାଉଣ୍ଟର କରିଛନ୍ତି ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ୫ ବର୍ଷରେ ଗୋଟିଏ ଫୁଟ୍ ଓଭରବ୍ରିଜ, ୭ ହଜାର ସ୍ଥାନରେ ସୋଲାର ଲାଇଟ, ୧୫୦ ହାଇମାକ୍ସ, ୨୦ଟି ମିନିମାକ୍ସ ଲଗାଇଛନ୍ତି ବୋଲି ଭୁବନେଶ୍ୱର ସାଂସଦ କହୁଛନ୍ତି । ସରପଞ୍ଚ ବି ଏହାଠାରୁ ଭଲ କାମ କରିବେ ବୋଲି କହି କଟାକ୍ଷ କରିଛନ୍ତି ପାଣ୍ଡିଆନ ।
-
ଅଫିସରଙ୍କ ଆର୍ଥିକ କ୍ଷମତା ବଢାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କ୍ୟାବିନେଟ୍ ଅନୁମୋଦନକୁ ଆଉ ଅପେକ୍ଷା କରିବାକୁ ହେବ ନାହିଁ -
ଆଜି ପଖାଳ ଦିବସ, ଓଡ଼ିଆଙ୍କ ଜୀବନ ଧନ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ -
AI ଶିକ୍ଷାକୁ ପ୍ରୋତ୍ସାହନ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି -
ବଢୁଛି ଯୁଦ୍ଧ, ଇରାନର ତୈଳ ଟାଙ୍କି ଉପରେ ଆମେରିକାର ଆକ୍ରମଣ -
ମାର୍ଚ୍ଚ ୨୨ ଯାଏ CPET ପରୀକ୍ଷା ଆବେଦନ ପାଇଁ ସମୟସୀମା ବୃଦ୍ଧି -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ଏସସିବି ପ୍ରସଙ୍ଗ, ଆଜି ମଧ୍ୟ ଗୃହରେ ହୋହଲ୍ଲା କରିପାରନ୍ତି ବିରୋଧୀ -
ପଶ୍ଚିମ ଏସିଆ ପରିସ୍ଥିତି ନେଇ ଏହି ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ












Click it and Unblock the Notifications