ଗଛ ତଳେ ଆଶ୍ରୟ ନେବା ହେଲା କାଳ, ବଜ୍ରାଘାତରେ ଗଲା ଜଣଙ୍କ ଜୀବନ
ରାୟଗଡା : ପୁଣି ବଜ୍ରାଘାତରେ ଗଲା ଆଉ ଜଣଙ୍କ ଜୀବନ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଖରଜୋଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ ନିଜ କପା ଗୁଡିଆକୁ ଯାଇ କାମସାରି ଫେରିବା ସମୟରେ ଜୋରରେ ବର୍ଷା ହେବାରୁ ଏକ ଗଛ ନିକଟରେ ଆଶ୍ରୟ ନେଇଥିଲେ ।

ହଠାତ ଘଡଘଡି ସହ ବିଜୁଳି ମାରିବାରୁ ବଜ୍ରାଘାତରେ ଯମୁନା ଘଟଣାସ୍ଥଳରେ ପଡିଯିବାରୁ ନିକଟରେ କିଛି ଲୋକ ଦେଖିଥିଲେ । ସଙ୍ଗେ ସଙ୍ଗେ ନିଜ ପରିବାରର ଲୋକକୁ ଜଣାଇବାରୁ ଘଟଣାସ୍ଥଳକୁ ଆସି ଦେଖିବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଯମୁନାକୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ଯମୁନାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications