ସରିଲା ଇ-କେୱାଇସି ଅବଧି: ୩ମାସ ପାଇଁ ଉଠିପାରିବନି ଚାଉଳ, ୩ମାସ ଭିତରେ ଇ‌-କେୱାଇସି ନ କଲେ କଟିବ ରାସନ କାର୍ଡ

ଅଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବା ଲାଗି ରାଜ୍ୟ ସରକାର ଇ-କେୱାଇସି ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହି ପ୍ରକ୍ରିୟାର ଅବଧି ଆଜି ଶେଷ ହୋଇଛି । ଏହି ସମୟ ଭିତରେ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନେ ଆସନ୍ତା ୩ମାସ ପାଇଁ ଆଉ ଚାଉଳ ଉଠାଇପାରିବେ ନାହିଁ ।

ଅର୍ଥାତ୍ ଜୁଲାଇ ମାସରୁ ଚାଉଳ ଉଠାଣ ବନ୍ଦ ହୋଇଯିବ । ତେବେ କାର୍ଡକୁ ସଚଳ କରିବାକୁ ଚାହୁଁଥିବା ହିତାଧିକାରୀଙ୍କୁ ଇ-କେୱାଇସି ଲାଗି ରାଜ୍ୟ ସରକାର ଆଉ ୩ମାସ ମହଲତ ଦେଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ନୂଆ ସରକାର ଆସିବା ପରେ ଭୂତ କାର୍ଡଧାରୀଙ୍କୁ ଧରିବା ଲାଗି ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାଭିତରେ ୫ରୁ ଅଧିକ ସମୟ ସରକାର ଅବଧିକୁ ବଢ଼ାଇଥିଲେ। ଓଡ଼ିଶାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୩୬ଲକ୍ଷ ୩୫ହଜାର ହିତାଧିକାରୀ ରହିଛନ୍ତି। ନୂଆ ସରକାର ଆସିବା ପରେ ଆଉ ୬ଲକ୍ଷ ନୂଆ କାର୍ଡ ଦିଆଯାଇଛି ।

E-KYC period ends

ଆଜି ଅବଧି ଶେଷ ହେବା ପରେ ବିଭିନ୍ନ ସମସ୍ୟା ପାଇଁ ଇ-କେୱାଇସି କରିପାରି ନ ଥିବା ହିତାଧିକାରୀ ଏବେ ଚିନ୍ତାରେ। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ହଜାର ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେଣୁ ସେମାନଙ୍କ ରାସନ କାର୍ଡ ସସ୍‌ପେଣ୍ଡ ରହିବ । କାର୍ଡ ସସ୍‌ପେଣ୍ଡ ରହିଲେ ଚାଉଳ ଉଠାଉଥିବା ହିତାଧିକାରୀ ଭୂତ ନା ଯୋଗ୍ୟ ତାହା ଧରାପଡ଼ିବ। ୩ମାସ ଭିତରେ ଇ‌-କେୱାଇସି ନ କଲେ କାର୍ଡ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+