କାଲିଠୁ ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ଆରମ୍ଭ, ବାହୁଡାରେ ହେବ ପୂର୍ଣ୍ଣାହୁତି: ତିନି ଦିନିଆ ଗ୍ରାଣ୍ଡ ସେରିମନି

ଭୁବନେଶ୍ୱର: ଚଳିତ ମାସ ୨୬ ତାରିଖ (ଆସନ୍ତାକାଲି) ଠାରୁ ଏକାମ୍ର ପ୍ରକଳ୍ପ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ଵରସ୍ଥିତ ଏକାମ୍ର କ୍ଷେତ୍ର ତିନି ଦିନ ଧରି ଉତ୍ସବମୁଖର ହେବ । ଏହି ସମାରୋହରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅନେକ ଲୋକଙ୍କ ସମାଗମ ହେବ । ଏକାମ୍ର ପ୍ରକଳ୍ପ ଭୂମି ପୂଜନ ସମୟରେ ସୁରକ୍ଷା ବ୍ୟବସ୍ଥା ନେଇ କମିସନରେଟ ପୋଲିସ ସମୀକ୍ଷା କରିଛି ।

ଆସନ୍ତାକାଲିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଆସନ୍ତାକାଲି ସଂଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ ଯଜ୍ଞ । ଏକାମ୍ର କ୍ଷେତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ଦର୍ଶାଇ ଏକ ବିରାଟ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯାହାର ସିଧାପ୍ରସାରଣ କରାଯିବ । ଜୁନ୍ 28 ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ ।

EKAMRA Prakalpa

ତିନି ଦିନିଆ ଉତ୍ସବରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁଖେଶ୍ବର ମନ୍ଦିର, ବିନ୍ଦୁ ସାଗର ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକରେ ସୁସଜ୍ଜିତ ହେବ । ଏଥିସହ ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ପବିତ୍ର ବାତାବରଣ ସୃଷ୍ଟି ହେବ । ଆସନ୍ତାକାଲିଠୁ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍ଟ, ଲାଇଟ ଏବଂ ସାଉଣ୍ଡ ସୋ, ନୃତ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ପାଇବେ ଲୋକେ । ୨୭ ଏବଂ ୨୮ ତାରିଖ ସନ୍ଧ୍ୟାରେ ସନ୍ଧ୍ୟା ୫ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ ଭଜନ ସମାରୋହ ମଧ୍ୟ ଆୟୋଜିତ ହେବ ।

ଆଖପାଖ ଅଞ୍ଚଳର ଲୋକେ ସେଠାରେ ଉପସ୍ଥିତ ରହି ଏହି ଗ୍ରାଣ୍ଡ ସେରିମନି ଦେଖିପାରିବେ । ଏଥିପାଇଁ ବହୁପ୍ରତିଷ୍ଠିତ କଳାକାର ମାନେ ଯୋଗଦେବେ । ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଏକାମ୍ର ପ୍ରକଳ୍ପ 2019 ରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । 80 ଏକର ଜାଗାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଏବଂ ପ୍ରତ୍ନତାତ୍ତ୍ବିକ ଐତିହର ବିକାଶ କରାଯିବ । ଟ୍ରାଫିକ ଚଳାଚଳ ପାଇଁ ୧୨ରୁ ୧୮ ମିଟର ପ୍ରସସ୍ତ ରାସ୍ତାର ମଧ୍ୟ କରାଯିବ । ଦେଢ ବର୍ଷରେ ସରିବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟ ପାଇଁ ଖର୍ଚ୍ଚ ହେବ ୨୮୦ କୋଟି ଟଙ୍କା । ଏହି ୮୦ ଏକର ଜାଗା ପାଇଁ ୧୦୧ ଜଣଙ୍କ ଠାରୁ ୧୧୪ଟି ପ୍ଲଟ ସିଧାସଳଖ କିଣାଯାଇଛି । ସେମାନଙ୍କୁ ଶିଳାନ୍ୟାସ ଦିନ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ । ଆଗକୁ ୫.୭ ଏକର ଜାଗା ଅକ୍ତିଆର କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+