Ek Number Market Bandh: ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ
Bhubaneswar 1 No Market Bandh: ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ । ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ନିଷ୍ପତ୍ତି । ୟୁନିଟ୍-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି ।
ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି । ଗତ କିଛିଦିନ ହେବ ବିଏମ୍ସି ଏବଂ ଟ୍ରାଫିକ୍ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି। ଜରିମାନା ଆକାରରେ ୧୨ଶହ କିମ୍ବା ତା'ଠାରୁ ଅଧିକ ଟଙ୍କା ନେଉଛନ୍ତି।
ଫଳରେ ବ୍ୟବସାୟ ହେଉନି। ବ୍ୟବସାୟୀ ମଧ୍ୟ ଅସୁବିଧା ର ସାମ୍ନା କରୁଛନ୍ତି। ଏହି ସବୁ ଦାବି ନେଇ ବିଏସମି କମିଶନରଙ୍କ ସହ ସଂଘ ଆଲୋଚନା କରିଛି । କମିଶନର ୪ରୁ ୫ଦିନ ସମୟ ମାଗିଛନ୍ତି ।

୧୭ ଦିନ ତାଲା ପଡ଼ିଥିଲା ମାର୍କେଟ୍ ବିଲ୍ଡିଂ । ହେଲେ ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି । ଗତ କାଲି ପାର୍କିଂ ବିବାଦ କୁ ନେଇ ଉଭୟ ଦୋକାନୀ ଓ ଉଠା ଦୋକାନୀ ମୁହାଁ ମୁହିଁ ହୋଇଥିଲେ ।
ସୂଚନାଯୋଗ୍ୟ, ଗୁରୁବାର ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ । ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ । ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ।












Click it and Unblock the Notifications