Get Updates
Get notified of breaking news, exclusive insights, and must-see stories!

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ; ବିଷାକ୍ତ ଗ୍ୟାସ୍‌ ଲିକ୍, ୮ ଗୁରୁତର

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

ତେବେ ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି ।

Rourkela Steel Plant

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଏହାସତ୍ତ୍ୱେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ତେବେ ଆଜି ଏହି ଅଘଟଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖି ନାହାନ୍ତି ।

ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା । ବିଷାକ୍ତ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+