ଖାଇକୁ ଖସିଲା କାର, ଗୋଟିଏ ପରିବାରର ୮ ମୃତ
ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାକସୁମ୍ ଅଞ୍ଚଳରେ ଶନିବାର ଦିନ ଏକ ଗାଡି ଖାଇକୁ ଖସି ପଡ଼ିବା ଫଳରେ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଆଠଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାଗ୍ରସ୍ତ ସୁମୋ ଗାଡ଼ିଟି ଜମ୍ମୁ ଅଞ୍ଚଳର କିସ୍ତୱାରରୁ ଆସୁଥିଲା। ଡାକ୍ସମ ନିକଟରେ ଅନିୟନ୍ତ୍ରିତ ଭାବରେ ଏହା ରାସ୍ତା ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ବାହାର କରିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୃତକଙ୍କ ପରିଚୟ ସାମନାକୁ ଆସିଛି । ମୃତକଙ୍କ ନାଁ ୪୫ ବର୍ଷୀୟ ଇତିୟାଜ ରାଥର, ଅଫରୋଜା ବେଗମ (୪୦), ରେଶ୍ମା (୪୦), ଅରିବା (୧୨), ଅନିୟା (୧୦), ଅବନା (୬), ମୁସୈବ (୧୬), ସୁସୈଲ (୮) ବୋଲି ଜଣାପଡ଼ିଛି ।

ଦୁର୍ଘଟଣାରେ ମୃତକଙ୍କ ପରିଚୟ ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଲିସକର୍ମୀ ଇତିୟାଜ ଅହମଦ ନିଜ ପାଞ୍ଚ ପିଲା ଏବଂ ଦୁଇ ମହିଳାଙ୍କ ସହ କାରରେ ଯାତ୍ରା କରୁଥିଲେ । ମୃତକ ଇତିୟାଜ କିସ୍ତୱାଡ଼ରୁ ନିଜ ମାଡ଼ୱା କିସ୍ତୱାଡ଼ ଗସ୍ତ କରୁଥିଲେ, ଯେଉଁଠାରେ ସେ ପୋଲିସ ଡ୍ୟୁଟିରେ ମୁତୟନ ଥିଲେ ।












Click it and Unblock the Notifications