ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ୍; କଣ୍ଟେଇମୁଣ୍ଡି ବାଇଗଣ ଓ ରସାବଳିକୁ ମାନ୍ୟତା
ଓଡ଼ିଶାର ୮ ଉତ୍ପାଦକୁ GI ଟ୍ୟାଗ୍ ମିଳିଛି । ରାଜ୍ୟର ୮ଟି ଉତ୍ପାଦକୁ ଭୌଗଳିକ ସଂକେତ ବା ଜିଆଇ ଟ୍ୟାଗ୍ ମିଳିଛି। ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି ।
ଏଥିରେ ଖଜୁରୀ ଗୁଡ଼, ମଗଜ ଲଡୁ, କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରୋଡରୀ ସାଲ୍, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ଜଣାପଡିଛି ।
ନୟାଗଡ଼ ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଛି ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ ଜିଆଇ ଟ୍ୟାଗ ଦେବା ପାଇଁ ଜିଲା ପ୍ରଶାସନ ଆବେଦନ କରିଥିଲା।
8 new GI Tags for Odisha products. pic.twitter.com/g81lnElWda
— MS&ME Odisha (@MsmeDepartment) January 3, 2024
ଗତ ବର୍ଷ ଅକ୍ଟୋବର ୩ ତାରିଖ (୨୦୨୩) ରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଥିଲା । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ଦିଆଯାଇଥିଲା ।

ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଥିବା ସୂଚନା ଦିଆଯାଇଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଓଡ଼ିଶାର ଏହି ୮ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିର ମାହୋଲ ଖେଳିଯାଇଛି ।












Click it and Unblock the Notifications